Tag: mbc tv

BJD’s Grand Rally May Overtake Its Grand Alliance Soon



ବିଜେପି ବିରେଧୀ ମହାମେଣ୍ଟ ନୁହେଁ, ଖୁବଶୀଘ୍ର ହୋଇପାରେ ବିଜେଡିରେ ମହାମିଳନ । ଘରବାହୁଡା କରିପାରନ୍ତି କିଛି ପୁରୁଖା ନେତା । ଜାତୀୟ କାର୍ଯ୍ୟକାରିଣୀରେ ଶକ୍ତି ପ୍ରଦର୍ଶନର ଯୋଜନା ରଖିଥିବା ବିଜେପିର ରାଜ୍ୟଶାଖାକୁ ଚକମା ଦେବା ପାଇଁ ବିଧିବଦ୍ଧ ବ୍ଲପ୍ରିଣ୍ଟ ତିଆରି କରିଛି ବିଜେଡି । ଏକଥା ଆମେ ନୁହେଁ, ବଦଳୁଥିବା ସମୀକରଣକୁ ନେଇ ଏମିତି କିଛି ଅଙ୍କ କଷିଛନ୍ତି ରାଜ୍ୟ ରାଜନୀତିର ସମୀକ୍ଷକ। ସୂଚନା ଦେଇଛନ୍ତି, ବିଜେପି ନେତାଙ୍କ ବୟାନବାଜି ଓ ଭବିଷ୍ୟବାଣୀକୁ ବୁମେରାଂ ପ୍ରମାଣିତ କରିବା ଲକ୍ଷ୍ୟରେ ମୂଳ ଜନତା ଦଳ ଛାଡିଥିବା କିଛି ବରିଷ୍ଠ ନେତାଙ୍କୁ ବିଜେଡିରେ ସାମିଲ କରିବାର ଉଦ୍ୟମ ଏବେ ଜୋର୍ ଧରିଛି ।
ଚକମା ଖାଇବେ ବିରୋଧୀ, ମଜଭୁତ୍ ହେବ ବିଜେଡି ! ବିଜୁ ଜନତା ଦଳରେ ହୋଇପାରେ ମହାମିଳନର ପର୍ବ । ଶଙ୍ଖ ଦଳରେ ସାମିଲ୍ ହୋଇପାରନ୍ତି ରାଜ୍ୟ ରାଜନୀତିର ବଛାବଛା ଷ୍ଟଲ୍ଓ୍ବାର୍ଟ । ମୂଳ ଜନତା ଦଳର କିଛି ହେଭିଓ୍ବେଟଙ୍କୁ ଏବେ ବିଜେଡି ସ୍ରୋତକୁ ଫେରାଇ ଆଣିବା ପାଇଁ ତିଆରି ଚାଲିଛି ବ୍ଲୁପ୍ରିଣ୍ଟ୍ । ସମୀକ୍ଷକଙ୍କ ଆକଳନ ଅନୁସାରେ, ରାଜ୍ୟ ରାଜନୀତିର ପରିବର୍ତ୍ତିତ ସ୍ଥିତିକୁ ମୁକାବିଲା କରିବା ପାଇଁ ଶାସକ ବିଜେଡି ଏବେ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ କରିଛି । ମୂଳ ଜନତା ଦଳ ଛାଡିଥିବା କିଛି ବରିଷ୍ଠ ନେତାଙ୍କୁ ଶଙ୍ଖ ଶିବିରରେ ସାମିଲ କରିବା ରହିଛି ଏହି ଦଳୀୟ ଏଜେଣ୍ଡାର ପ୍ରଥମ ଫୋକସ । ଆଉ ଏମିତି ହେଲେ, ସମୀକ୍ଷକଙ୍କ କହିବା କଥା, ଗୋଟିଏ ଗୁଳିରେ ଦୁଇରୁ ଅଧିକ ଶିକାର କରିପାରନ୍ତି ବିଜେଡି ହାଇକମାଣ୍ଡ । ଶଙ୍ଖ ନେତାଙ୍କୁ ନିଜ ଦଳକୁ ନେବାର ଯୋଜନା ରଖିଥିବା ପଦ୍ମ କ୍ୟାମ୍ପ ପାଇଁ ବୁମେରାଂ ହେବ ପୂର୍ବ ବିସ୍ଫୋରଣ ଆଉ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେବ ଶାସକ ଦଳ।
ବିଶେଷଜ୍ଞ ଅନୁମାନ କରୁଛନ୍ତି ବିଜେଡିକୁ ଫେରି ପାରନ୍ତି ଦଳରୁ କେବେ ବିଦା ହେଇଥିବା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ଅଣକଂଗ୍ରେସ ଓ ଅଣବିଜେପି ରାଜନୀତିର ଏହି ପୋଖତ ଖେଳୁଓ୍ବାର୍ଡ ଦଳ ପାଇଁ ପୁଣି ମୂଲ୍ୟବାନ ସମ୍ପତ୍ତି ଗଣାହେଲେ୍, ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି । ଚର୍ଚ୍ଚାରେ ବି ରହିଛନ୍ତି କଂଗ୍ରେସ ହେଭିଓ୍ବେଟ୍ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । ପଶ୍ଚିମ ଓଡିଶାର ଦକ୍ଷ ସଙ୍ଗଠକ ଭାବେ ଜଣାଶୁଣା ଭକ୍ତ ପୁରୁଣା ଜନତା ଦଳର ଜଣେ ପ୍ରମୁଖ ନେତା ଏବଂ ବିଜେଡି ପାଇଁ ସେ ଆସେର୍ଟ ହେବେ ବୋଲି କୁହାଯାଉଛି । ଭକ୍ତ ଓ ପ୍ରଫୁଲ୍ଲଙ୍କ ଛଡା ବିଜେଡିକୁ ଲେଉଟାଣିର ଚର୍ଚ୍ଚାରେ ଅଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ସାଥି ଦିଲ୍ଲୀପ ରାୟ । ବିଜେଡି ଗଢିବା ପଛରେ ପ୍ରମୁଖ ଅବାଦନ ରଖିଥିବା ରାଜ୍ୟ ରାଜନୀତିର ଏହି ଦୁଇ ପୁରୁଖା ଖେଳାଳି ଦଳକୁ ଫେରିଲେ ବିରୋଧୀଙ୍କୁ ମୁକାବିଲା ସହଜ ହେବ ବୋଲି ସମୀକ୍ଷକ ଅଙ୍କ କଷିଛନ୍ତି । ଏଣେ ଏପରି କିଛି ସମ୍ଭାବନା ସତ ହେଲେ ଦଳ ଭିତରେ ତାକୁ ସ୍ବାଗତ କରାଯିବ ବୋଲି ବିଜେଡିର କିଛି ବରିଷ୍ଠ କହିଛନ୍ତି ।
ପ୍ରଫୁଲ୍ଲ ଘଡେଇ, ଭକ୍ତ ଦାସ, ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ସମେତ ପୁରୁଣା ଜନତା ଦଳର ଆଉ କିଛି ବରିଷ୍ଠଙ୍କୁ ବିଜେଡିରେ ସାମିଲ କରିବା ପାଇଁ ମଧ୍ୟ ଯୋଜନା ରହିଛି । କୁହାଯାଉଛି, ସ୍ବାଭିମାନୀ ବିଜୟଙ୍କ ସମେତ ପ୍ରଫୁଲ୍ଲ, ଦିଲ୍ଲୀପ ଓ ଭକ୍ତଙ୍କ ଭଳି ପ୍ରଭାବୀ ନେତାଙ୍କ ଦଳକୁ ଲେଉଟାଣି ସମ୍ଭବ ହେଲେ, ବିଷ୍ଣୁ ଦାସଙ୍କ ଇସ୍ପଫା ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ପ୍ରତାପ ଦେବ କି ବିଜୟ ପଟ୍ଟନାୟକ ନୁହନ୍ତି, ମୂଳ ଜନତା ପରିବାରର ହେଭିଓ୍ବେଟଙ୍କ ମଧ୍ୟରୁ ଜଣଙ୍କୁ ବାଛିପାରନ୍ତି ବିଜେଡି ମୁଖିଆ ।

source